‘ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ପଦକ୍ଷେପ ନିଆଯିବ’

ପୁରୀ, ୬।୬(ଅଜିତ୍‌ କୁମାର ମହାନ୍ତି): ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବିଜୟୀ ହୋଇଥିବା ଅନେକ ନେତା ବୁଧବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୁରୀ ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଡ. ସମ୍ବିତ ପାତ୍ର ବିଜୟୀ ହେବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଭାଜପା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହୋଇଛି, ସେଥିପାଇଁ ମହାପ୍ରଭୁଙ୍କୁ ପ୍ରଣିପାତ ଜଣାଉଛି। ଆଗାମୀ ଦିନରେ ଦେଶ ଓ ରାଜ୍ୟର ବିକାଶ ହେବ। ସେହିପରି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ସହ ରତ୍ନଭଣ୍ଡାର ଚାବି କିପରି ମିଳିବ ସେଥିଲାଗି ପଦକ୍ଷେପ ନିଆଯିବ। ସେହିପରି ସତ୍ୟବାଦୀ ବିଧାନସଭା ଆସନରେ ବିଜୟ ହାସଲ କରିଥିବା ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ସେ କହିଛନ୍ତି, ସ୍ବାଭିମାନୀ ସତ୍ୟବାଦୀବାସୀଙ୍କ ବିଜୟ ହୋଇଛି। ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଅନେକ ସମସ୍ୟା ରହିଛି। କେନ୍ଦ୍ର ସରକାରଙ୍କ କେତେକ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉ ନ ଥିଲା। ମାତ୍ର ଏବେ ଦେଶ ଓ ରାଜ୍ୟରେ ଡବଲ ଇଞ୍ଜିନ୍‌ ସରକାର ହେବାକୁ ଯାଉଛି। ଫଳରେ ରାଜ୍ୟର ବିକାଶ ହେବା ସହ ସତ୍ୟବାଦୀ ମାଟିର ସମସ୍ୟା ଦୂର ହୋଇପାରିବ। ସତ୍ୟବାଦୀର ଲୋକେ ମୋତେ ଦୃଦୟ ଖୋଲି ଭୋଟ ଦେଇ ବିଜୟୀ କରିଛନ୍ତି। ତେଣୁ ଆସନ୍ତା ୫ ବର୍ଷ ଏହି ମାଟି ପାଇଁ କାର୍ଯ୍ୟ କରିବି ବୋଲି ଓମ୍‌ ପ୍ରକାଶ କହିଛନ୍ତି। ସେହିପରି ଧାମନଗର ବିଧାନସଭା ଆସନରୁ ଜିତିଥିବା ଭାଜପାର ସୂରଜ ସୂର୍ଯ୍ୟବଂଶୀ ତାଙ୍କର କେତେଜଣ ସମର୍ଥକଙ୍କ ସହ ପୁରୀ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ପରେ ସେ କହିଛନ୍ତି, ନିର୍ବାଚନରେ ବିଜୟୀ ହେବା ନେଇ ମହାପ୍ରଭୁଙ୍କ ଉପରେ ଦୃଢ଼ ବିଶ୍ୱାସ ଓ ଆସ୍ଥା ରହିଥିଲା। ଓଡ଼ିଶାରେ ଯେପରି ଅଣଓଡ଼ିଆ ଶକ୍ତି ତା’ର ଶକ୍ତି ବିସ୍ତାର କରିଥିଲା, ତା’ କବଳରୁ ଓଡ଼ିଶାବାସୀଙ୍କୁ ମହାପ୍ରଭୁ ମୁକ୍ତ କରିପାରିଛନ୍ତି। ମହାପ୍ରଭୁଙ୍କ ନିକଟରେ ସମର୍ପିତ ହେଲୁ। ଆଗାମୀ ଦିନ ପାଇଁ ଆଶୀର୍ବାଦ ନେଲୁ। ଲୋକଙ୍କୁ ଦେଇଥିବା କଥା ଯେପରି ରଖିପାରିବୁ ସେ ନେଇ ମହାପ୍ରଭୁ ଶକ୍ତି ସାମର୍ଥ୍ୟ ଦିଅନ୍ତୁ ବୋଲି ପ୍ରାର୍ଥନା କରିଲୁ। ଏହି ଜନାଦେଶର ମୁଖ୍ୟ ନାୟକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। କେନ୍ଦ୍ରୀୟ ସଂସଦୀୟ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂରଣ ହେବ କି ପୋପ ଫ୍ରାନ୍ସିସଙ୍କ ଶେଷ ଇଚ୍ଛା: ଜାଣନ୍ତୁ କ’ଣ ଥିଲା

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଦେହାନ୍ତ, ଯାହା ସାରା ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳାଇ...

କେବଳ ଜଣେ ଖେଳାଳିଙ୍କୁ ପ୍ରମୋଶନ ଦେଲା BCCI, କିଏ ସେ ଭାଗ୍ୟଶାଳୀ?

ନୂଆଦିଲ୍ଲୀ,୨୧।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୪-୨୫ ସିଜିନ ପାଇଁ ଏହାର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଛି।...

ପ୍ରତାପୁର ଗ୍ରାମରେ କଳିକଳୁଷ ନାଶ ବିଶ୍ୱଶାନ୍ତି ମହାଯଜ୍ଞ

ପୁରୁଷୋତ୍ତମପୁର,୨୧।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରତିଷ୍ଠିତ କିମ୍ବଦନ୍ତୀପୂର୍ଣ୍ଣ ତୁମ୍ବେଶ୍ବର ମହାଦେବଙ୍କ ପୀଠରେ ରାଜ୍ୟ,ଦେଶ ସହ ବିଶ୍ବର ମଙ୍ଗଳ ଲାଗି...

ପୋପ ଫ୍ରାନ୍ସିସ କିଏ? ଯିଏ ଶରଣାର୍ଥୀଙ୍କ ପାଦ ଧୋଇ କରିଥିଲେ ସେବା

ଭାଟିକାନ୍‌ ସିଟି,୨୧।୪:ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଗୁରୁତର ଅସୁସ୍ଥ...

ଦିନ ୨ଟା ୩୦ ସୁଦ୍ଧା ୪୪ଡ଼ିଗ୍ରୀ ଅତିକ୍ରମ କଲା ତାତି, ଉପକୂଳରେ ଆଦ୍ରତା କରୁଛି କଲବଳ

ଭୁବନେଶ୍ୱର,୨୧।୪: ରାଜ୍ୟରେ ବୃଦ୍ଧି ପାଇଛି ତାତିର ପ୍ରଭାବ। ପଶ୍ଚିମରେ ପ୍ରବଳ ତାତି ଅନୁଭୂତ ହେଉଥିଲା ବେଳେ ଉପକୂଳର ଆଦ୍ରତା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ରବିବାର ଝାରସୁଗୁଡା...

ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କିଛି ଅଣ ଆଦିବାସୀ ଜାତି ଗତ ପ୍ରମାଣ ପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ...

୬ ମାସ ହେଲା ଅଚଳ ବିଦ୍ୟାଳୟରେ ଥିବା ସୋଲାର ଟାଙ୍କି, ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଲାଗି ଘୋର ସମସ୍ୟା

କେସିଙ୍ଗା,୨୧।୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନସ୍ଥ କିକିଆ ଗ୍ରାମସ୍ଥିତ ବାପୁଜୀ ସରକାରୀ ଉ.ପ୍ରା. ବିଦ୍ୟାଳୟ ୨୦୦୪ ମସିହାରେ ସ୍ଥାପିତ ହୋଇଛି।...

କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ

କୋରାପୁଟ/ପଟ୍ଟାଙ୍ଗି,୨୧।୪(ଅମିତାଭ ବେହେରା/ଶରତ କୁମାର ଧଳ): କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image