ସାଇଫର ବିବାଦ: ପୁଣି ଅଡୁଆରେ ଇମ୍ରାନ

ଇସଲାମବାଦ,୨୦।୭: ସାଇଫର ବିବାଦକୁ ନେଇ ପୁଣି ବିବାଦରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏ ପ୍ରସଙ୍ଗକୁ ନେଇ ଅଡୁଆରେ ଫଶିଛନ୍ତି ଇମ୍ରାନ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲା ଏନେଇ ସୂଚାଇ ଦେଇଛନ୍ତି।

ଏନେଇ ପିଟିଆଇ ମୁଖ୍ୟ ଇମ୍ରାନ ଖାନ କହିଛନ୍ତି ଯେ, ଗୁରୁବାର ସେ ସାଇଫର ବିବାଦରେ ଥିବା ଅଣସଂରକ୍ଷିତ ଦସ୍ତାବିଜକୁ ପ୍ରକାଶ କରିବେ।

Share