୨୬ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୭।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୩ ହଜାର ୭୧୪ରେ ପହଞ୍ଚିଛି। ଗୋଟିଏ ଦିନ ପୂର୍ବରୁ ଏହା ୪ ହଜାର ୫୧୮ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା କମି ୭ରେ ପହଞ୍ଚିଛି। ଗୋଟିଏ ଦିନ ପୂର୍ବରୁ ଏହା ଏହା୯ ଥିଲା। ଏହି ସମୟରେ ସକ୍ରିୟ ମାମଲା ପୁଣି ୨୬ ହଜାର ଟପିଛି। ଏହା ୨୬ ହଜାର ୯୭୬ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୫୧୩ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୦୮ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୮୫ ହଜାର ୪୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୩୩ ହଜାର ୩୬୫ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୪ କୋଟି ୩୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୩ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ କେରଳରେ ୧,୩୮୩ ଜଣ, ମହାରାଷ୍ଟ୍ରରେ ୧,୦୩୬ ଜଣ, ଦିଲ୍ଲୀରେ ୨୪୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କର୍ନାଟକରେ ୨୩୦ ଜଣ, ହରିୟାଣାରେ ୧୬୫ ଜଣ, ଉତ୍ତରପ୍ରଦେଶରେ ୧୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ଅଭିଯୋଗ ହେଲା କାଳ, ବିଦାୟ ବାଟରେ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକଦା ଲିବେରଲା ପାର୍ଟିର ଭବିଷ୍ୟତ ଉଜ୍ଜଳ କରିବେ ବୋଲି ଆଶା କରାଯାଉଥିଲା ବେଳେ ନିଜ ଦଳ ମଧ୍ୟରେ ବିବାଦୀୟ...

ଭାରତକୁ ପୂର୍ଣ୍ଣ ବେସାମରିକ ଆଣବିକ ସହଯୋଗ ଦେବ ଆମେରିକା

ନୂଆଦିଲ୍ଲୀ,୬।୧ : ଭାରତକୁ ଆମେରିକା ବେସାମରିକ ଆଣବିକ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ଯୋଗାଇଦେବ। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା...

କୋଲକାତାରେ ୬ ମାସର ଶିଶୁ HMPV ଆକ୍ରାନ୍ତ

ନୂଆଦିଲ୍ଲୀ,୬।୧: ଚିନ୍ତା ବଢାଇଲାଣି HMPV ମାମଲା। କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ...

ଜେଲ୍‌ରେ ଥାଇ ଅନଶନ କରିବେ ପ୍ରଶାନ୍ତ କିଶୋର: ଜାମିନ ନେବାକୁ କଲେ ମନା

ପାଟନା,୬।୧: ଜନ ସୁରଜ ପାର୍ଟିର ମୁଖ୍ୟ ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିପିଏସ୍‌ପି ପରୀକ୍ଷା ବାତିଲ କରିବା ଦାବିରେ ଜାନୁଆରୀ ୨ରୁ ଅନଶନରେ ବସିଥିବାବେଳେ...

୫୦ ଫୁଟ ଉପରକୁ ଉଡ଼ିଲା ସେନା ଗାଡ଼ି: ଗଛଡାଳରେ ଲାଗିଛି ଗାଡ଼ି ଯନ୍ତ୍ରାଂଶ

ରାୟପୁର,୬।୧: ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ା ଦେଇଛନ୍ତି। ବିସ୍ଫୋରଣରେ ୯ଜଣ...

ଭାରତରେ HMPV ମାମଲା ଚିହ୍ନଟ: ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସରକାର

ନୂଆଦିଲ୍ଲୀ,୬।୧: ଚାଇନାରେ HMPV ମାମଲା ଭାରତରେ ୩ ଜଣଙ୍କ ଦେହରେ ଚିହ୍ନଟ ହୋଇଛି। HMPV ଭୂତାଣୁ କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ମାମଲା ସାମ୍ନାକୁ...

ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ

ରାୟପୁର/ମାଲକାନଗିର,୬।୧(ଦୁର୍ଯ୍ୟୋଧନ ପାତ୍ର): କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର...

କାନ୍ଦିପକାଇଲେ ମୁଖ୍ୟମନ୍ତ୍ରୀ: ଭୋଟ ପାଇଁ ମୋ ବାପାଙ୍କୁ…

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ଭାବପ୍ରବଣ ହୋଇପଡିଛନ୍ତି। ରମେଶ ବିଧୁରୀଙ୍କ ବକ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୋ ବାପା ଜଣେ ଶିକ୍ଷକ। ସେ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri