Posted inଜାତୀୟ

ସକ୍ରିୟ ମାମଲା ୩ ହଜାରରୁ କମ…

ନୂଆଦିଲ୍ଲୀ, ୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୩ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମି ୨ ଶହ ତଳେ ରହିଛି। ଗତ ୨୪ ଘଣ୍ଟାରେ ଏହା ୧୮୬ ଛୁଇଁଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୨ ହଜାର ୫୦୧ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୨୪୦ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୮୮୮ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୯୨ ହଜାର ୬୪୮ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୪ ଲକ୍ଷ ୫୮ ହଜାର ୨୫୯ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୮ ପ୍ରତିଶତରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୫୦ ସୁଦ୍ଧା ଖାଉଟି ସାମଗ୍ରୀ ଦର ୩ ଗୁଣା ବଢ଼ିବ

ନୂଆଦିଲ୍ଲୀ,୫।୧(ପି.ଟି.): ଜଳବାୟୁ ପରିବର୍ତ୍ତନର ବହୁଳ ପ୍ରଭାବ ଖାଉଟି ବଜାର ଉପରେ ପଡ଼ିବାକୁ ଯାଉଛି। ମହତ୍ତ୍ୱାକାଂକ୍ଷୀ ଜଳବାୟୁ ନୀତି ସତ୍ତ୍ୱେ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ୨୦୫୦ ସୁଦ୍ଧା...

ଡେଟିଂ ଆପ୍‌ରେ ୭୦୦ ମହିଳାଙ୍କୁ ଠକେଇ

ନୂଆଦିଲ୍ଲୀ, ୫।୧: ଜାତୀୟ ରାଜଧାନୀ ଦିଲ୍ଲୀର ଶାକାରପୁର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ଘଟଣା ସାମ୍‌ନାକୁ ଆସିଛି। ନଏଡ଼ାର ଏକ ଘରୋଇ କମ୍ପାନୀରେ ଆଶାୟୀମାନଙ୍କୁ ନିଯୁକ୍ତି...

ରାଜଗୋପାଳ ଚିଦାମ୍ବରମ୍‌ଙ୍କ ପରଲୋକ

ମୁମ୍ବାଇ,୫।୧(ପି.ଟି.): ୧୯୭୪ ଏବଂ ୧୯୯୮ରେ ଭାରତର ଆଣବିକ ପରୀକ୍ଷାରେ ପ୍ରମୁଖ ଭୂମିକା ନେଇଥିବା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ରାଜଗୋପାଳ ଚିଦାମ୍ବରମ୍‌ଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ...

ଚାଇନାରେ ବଢୁଛି hMPV ଭୂତାଣୁର ପ୍ରଭାବ! ଭାରତ ରଖିଛି କଡା ନଜର, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ,୪।୧: ଚାଇନାରେ ହ୍ୟୁମାନ ମେଟାନିମୋଭାଇରସ (hMPV) ର ଦ୍ରୁତ ବିସ୍ତାର ଭୟକୁ ଆହୁରି ବଢାଇ ଦେଇଛି ଯେ ଏହା କରୋନା ଜୀବାଣୁ ପରି ମହାମାରୀ ରୂପ...

ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ବଳାତ୍କାର କଲେ ପୋଲିସ ଅଧିକାରୀ!

ବେଙ୍ଗାଲୁରୁ,୪।୧: କର୍ନାଟକର ତୁମକୁରୁ ଜିଲାର ମଧୁଗୁରି ସବ ଡିଭିଜନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ବି ରାମଚନ୍ଦ୍ରପ୍ପା ଜଣେ ମହିଳାଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥିବାରୁ ତାଙ୍କୁ ନିଲମ୍ବିତ...

ନୀତୀଶଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସଞ୍ଜୟ

ନୂଆଦିଲ୍ଲୀ,୪।୧: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ...

ଅତୁଲ ସୁଭାଷ ସୁଇସାଇଡ ମାମଲା: ପତ୍ନୀ ନିକିତାଙ୍କ ସମେତ ସମସ୍ତ ୪ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌

ବେଙ୍ଗାଲୁରୁ,୪।୧: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁର ସିଟି ସିଭିଲ କୋର୍ଟ ଶନିବାର (ଜାନୁୟାରୀ ୪, ୨୦୨୫)ରେ ତାଙ୍କ ପତ୍ନୀ ନିକିତା ସିଙ୍ଗାଣିଆ, ତାଙ୍କ ମାତା...

ଓଡ଼ିଶାରେ ପ୍ରଥମଥର ଆୟୋଜିତ ହେଉଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ଜାଣନ୍ତୁ କେଉଁଠୁ ଆସୁଛନ୍ତି ସବୁଠାରୁ ଅଧିକ NRI

ନୂଆଦିଲ୍ଲୀ,୪।୧: ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଆୟୋଜିତ ହେଉଛି। ଭୁବନେଶ୍ୱରରେ ଅନୁଷ୍ଠିତ ୧୮ତମ ପ୍ରବାସୀ ଭାରତୀୟ ଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri