ନୂଆଦିଲ୍ଲୀ, ୩।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଏହା ୧୩ ଶହରୁ ଅଧିକ ରହିଛି। ଏହା୧,୩୧୬ ରହିଛି। ଗୋଟିଏ ଦିନ ତଳେ ଏହା ୧,୧୮୮ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା କମିଛି। ଏହା ୪ ରହିଛି। ଗୋଟିଏ ଦିନ ତଳେ ଏହା ୧,୩୭୩ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୧୬ ହଜାର ୯୮ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୬ ହଜାର ୨୪୩ ଥିଲା। ସେହିପରି ୨୪ ଘଣ୍ଟାରେ ୧ ହଜାର ୪୫୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧ ହଜାର ୧୯୦ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୪୬୧ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୫୭ ହଜାର ୧୪୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୧୦ ହଜାର ୫୯୦ ଜଣ ସୁସ୍ଥ ହୋଇ ସାରିଛନ୍ତି।