ସକ୍ରିୟ ରହିଛି ଲଘୁଚାପ :୧୨ ଘଣ୍ଟା ମଧ୍ୟରେ ଅବପାତ

ଭୁବନେଶର, ୨୨।୧୦(ବ୍ୟୁରୋ): ଦକ୍ଷିଣ-ପୂର୍ବ ପାର୍ଶବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶଃ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ୨୩ ତାରିଖରେ ଅବପାତରେ ପରିଣତ ହୋଇ ୨୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ପରେ ଉତ୍ତରପଶ୍ଚିମ ଦିଗରେ ଗତିକରି ୨୫ ତାରିଖ ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେଇ ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳରେ ପହଞ୍ଚିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

Share