ଅଭିନେତାଙ୍କୁ ବାନ୍ଧିଲା ଏନ୍‌ସିବି

ବମ୍ବେ: ଏନ୍‌ସିବି ପଞ୍ଝାରେ ଆଉ ଜଣେ ଅଭିନେତା। ଡ୍ରଗ୍ସ ସମ୍ବନ୍ଧୀତ ମାମଲାରେ ଛନ୍ଦି ହୋଇଛନ୍ତି ଏଜାଜ୍‌ ଖାନ୍‌। ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ମଙ୍ଗଳବାର ଏନ୍‌ସିବି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ପୂର୍ବରୁ ବଲିଉଡ୍‌ ଡ୍ରଗ୍ସ ମାମଲାରେ ଶାଦାବ ବାଟାଟା ଗିରଫ ହୋଇଥିଲେ। ସେ ବଲିଉଡ୍‌ର ଅନେକ ସେଲିବ୍ରିଟିଙ୍କୁ ଡ୍ରଗ୍ସ ଯୋଗାଇ ଦେଉଥିଲେ। ତାଙ୍କୁ ପଚରାଉଚରା କରାଯିବା ପରେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା। ବାଟାଟା ଗ୍ୟାଙ୍ଗ ସହ ସେ ସମ୍ପର୍କ ରଖିଥିବା ଜଣାପଡ଼ିଥିଲା। ଏହାପରେ ଏନ୍‌ସିବିର ଟିମ୍‌ ଅନ୍ଧେରୀ ଏବଂ ଲେଖଣ୍ଡଓ୍ବାଲାର କିଛି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

ଏଜାଜ ଫିଲ୍ମ ବ୍ୟତିତ ‘ବିଗ୍‌ ବସ୍‌’ରେ ନଜର ଆସିଥିଲେ। ସେ ରିଆଲିଟି ଶୋ’ରେ ଓ୍ବାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି କରିଥିଲେ। ପରେ ସେ ବିବାଦିତ ତଥା ଚର୍ଚ୍ଚିତ ଚେହେରା ପାଲଟିଥିଲେ।

Share