ଅଭିନେତା ଅଜିତ ଦାସଙ୍କୁ କରୋନା

ଭୁବନେଶ୍ୱର(ବ୍ୟୁରୋ),୨ା୯: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ତଥା ନାଟ୍ୟକାର ଅଜିତ ଦାସ କରୋନାରେ ଆକ୍ରାନ୍ତ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ସୋମବାର ଦାସ କରୋନା ପରୀକ୍ଷା ପାଇଁ ସ୍ବାବ୍‌ ନମୁନା ଦେଇଥିଲେ। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ପରିବାର ପକ୍ଷରୁ କୁହାଯାଇଛି। ଏଥିସହ ତାଙ୍କ ସ୍ତ୍ରୀ ମାୟା ଦାସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୧୯୭୬ରେ ଓଡ଼ିଆ ଚଳଚ୍ଚିତ୍ର ’ସିନ୍ଦୁର ବିନ୍ଦୁ’ରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଅଜିତ ଏକାଧିକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି।

Share