ଅଙ୍ଗନୱାଡି ଶିଶୁଙ୍କୁ ସହଯୋଗର ହାତ ବଢାଇଲେ ଅକ୍ଷୟ

ଭୋପାଳ,୨୫ ।୫: ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ର ପାଇଁ ଆରମ୍ଭ କରାଯାଇଥିବା ଯୋଜନାରେ ସାମିଲ ହେଲେ ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର । ଅଭିନେତାଙ୍କ ଏହି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଙ୍ଗନୱାଡି ଶିଶୁଙ୍କ ସହୟତା ପାଇଁ ନୂଆ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଟୁଇଟ କରି ସୂଚନା ଦେଇଛନ୍ତି । ଟୁଇଟରେ ଲେଖିଛନ୍ତି, ରାଜ୍ୟରେ ଶିଶୁଙ୍କ ସାର୍ବଜନିନ ବିକାଶ ଆମ ସମସ୍ତଙ୍କ କର୍ତ୍ତବ୍ୟ । ଆଜି ସନ୍ଧ୍ୟା ୫ଟା ୩୦ରେ ମୁଁ ରାସ୍ତାକୁ ଆସି ଜନସହଯୋଗରେ ଅଙ୍ଗନୱାଡି ଶିଶୁଙ୍କ ଉପଯୋଗୀ ଜିନିଷ ଏକାଠି କରିବି । ଆପଣମାନଙ୍କୁ ଅନୁରୋଧ କରୁଛି ଏହି ପବିତ୍ର ପ୍ରୟାସରେ ଆପଣମାନେ ଯଥା ସମ୍ଭବ ସହଯୋଗ କରିବେ ।
ଏହି ଟୁଇଟକୁ ସମର୍ଥନ କରି ଅଭିନେତା ଅକ୍ଷୟ କୁମାର ସହଯୋଗର ହାତ ବଢାଇଛନ୍ତି । ସେ ଅଙ୍ଗନୱାଡିର ଏହି ଅଭିଯାନରେ ସାମିଲ ହୋଇ ୧ କୋଟି ଟଙ୍କା ପ୍ରଦାନ କରିବା ସହ ୫୦ ଅଙ୍ଗନୱାଡି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Share