୮୩ ବର୍ଷ ବୟସରେ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମୁମ୍ବାଇ: ହଲିଉଡର ଭେଟେରାନ ଅଭିନେତା ଅଲ ପାସିନୋ ୮୩ ବର୍ଷ ବୟସରେ ଚତୁର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ଅଭିନେତାଙ୍କ ପ୍ରତିନିଧୀ ଲୋକମାନଙ୍କୁ କହିଛନ୍ତି, ଅଲ ପାସିନୋ ଏବଂ ତାଙ୍କ ଗର୍ଭବତୀ ଗର୍ଲଫ୍ରେଣ୍ଡ ନୁର ଅଫ୍ଲଲ୍ଲାହ ନୂଆ ଅତିଥିଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଅଛନ୍ତି। ନୁର ଆଠ ମାସର ଗର୍ଭବତୀ ଅଛନ୍ତି।
ଅଲ ପାସିନୋଙ୍କ ଗର୍ଲଫ୍ରେଣ୍ଡର ଗର୍ଭବତୀ ହେବାର ଖବର ପ୍ରଥମେ ଟିଏମଜେଡ ଦ୍ୱାରା ଶେୟାର କରାଯାଇଥିଲା। ଟିଏମଜେଡ କହିଛି, ନୁରଙ୍କ ଡେଲିଭରୀ ତାରିଖ ମାତ୍ର ଏକ ମାସ ବାକି ଅଛି। ନୁର ଅଫ୍ଲଲ୍ଲାହ ୨୯ ଏପ୍ରିଲ ୨୦୨୨ରୁ ଦ ଗଡଫାଦର ତାରକାଙ୍କୁ ଡେଟ୍‌ କରୁଥିବା ଜଣାଯାଇଛି। ଅଲ ପାସିନୋ ଚତୁର୍ଥ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଏହାପୂର୍ବରୁ ପୂର୍ବତନ ଗର୍ଲଫ୍ରେଣ୍ଡ ଜନ ତାରାଣ୍ଟ ଏବଂ ପାସିନୋଙ୍କ ୩୩ ବର୍ଷିୟ ଜୁଲି ମେରି ଝିଅ ଅଛି। ଏଥିସହ ପୂର୍ବତନ ଗର୍ଲଫ୍ରେଣ୍ଡ ବେଭର୍ଲି ଡି’ଆଞ୍ଜେଲୋଙ୍କ ୨ ଟି ସନ୍ତାନ ଅଛନ୍ତି।

Share