ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନସ ରସିଦଙ୍କ ଘରେ ଏବେ ଖୁସି ଖେଳିଯାଇଛି। କାରଣ ଅନସ ଏବେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏ ନେଇ ଅଭିନେତା ପୁଅର କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଫଟୋରେ ଅନସଙ୍କ ବାପାଙ୍କ ସହ ତାଙ୍କ ପୁଅକୁ ଦେଖିବାକୁ ମିଳୁଛି। ଅନସଙ୍କ ବାପା ନାତିକୁ ହାତରେ ଧରିଛନ୍ତି।
ଏହି ଫଟୋ ଶେୟାରକରି ଅନସ ଲେଖିଛନ୍ତି, ମୋ ବାପା ତାଙ୍କ ନାତିକୁ ଘରକୁ ସ୍ବାଗତ କରିଛନ୍ତି। ଆପଣମାନଙ୍କ ପ୍ରେମ ଏବଂ ଭଲପାଇବା ପାଇଁ ଧନ୍ୟବାଦ।
୨୦୧୭ରେ ଅନସ ହିନା ଇକବାଲଙ୍କୁ ବିବାହ କରିଥିଲେ। ପୂର୍ବରୁ ତାଙ୍କର ଏକ ଝିଅ ଇନାୟତ ମଧ୍ୟ ଅଛନ୍ତି।
ଟିଭି ଶୋ’ ‘ଦିୟା ଔର ବାତି ହମ୍‌’ରୁ ଅନସଙ୍କୁ ସଫଳତା ମିଳିଥିଲା। ଏଥିରେ ସେ ସରୋଜ ଭୂମିକାରେ ଅଭିନୟ କରିଥିଲେ।

Share