ଅଭିନେତା ବିଜୟକାନ୍ତଙ୍କ ପରଲୋକ: କରୋନା ଯୋଗୁ ଭେଣ୍ଟିଲେଟରରେ ଥିଲେ

ଚେନ୍ନାଇ,୨୮।୧୨: ଅଭିନେତାରୁ ରାଜନେତା ପାଲଟିଥିବା ବିଜୟକାନ୍ତଙ୍କ ଗୁରୁବାର ଦେହାନ୍ତ ହୋଇଛି। ତାଙ୍କୁ କରୋନା ହୋଇଥିଲା। ଏହା ପରେ ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା।
ଚେନ୍ନାଇର ଡିଏମଡିକେ ପାର୍ଟି ପ୍ରତିଷ୍ଠାତା ବିଜୟକାନ୍ତଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁପରେ ଡାକ୍ତରଖାନା ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବିଜୟକାନ୍ତ ୨୦୦୫ର ଦେଶିଆ ମୁରପକ୍କୁ ଦ୍ରାବିଡ କାଜଗାମ ପାର୍ଟି ଗଠନ କରିଥିଲେ। ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ତାମିଲନାଡୁର ଡିଏମଡିକେ ମୁଖ୍ୟ ବିରୋଧୀ ଦଳ ଥିଲା ଏବଂ ବିଜୟକାନ୍ତ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ।

Share