Categories: ଜାତୀୟ

ଆନ୍ଧ୍ର ପ୍ରଦେଶରେ ହେବ ଟିଡିପି-ଜେଏସପି ସରକାର: ପଓ୍ବନ କଲ୍ୟାଣ

ଅମରାବତୀ,୨।୧୦: ଜନ ସେନା ପାର୍ଟି (ଜେଏସପି) ନେତା ତଥା ଅଭିନେତା ପୱନ କଲ୍ୟାଣ କହିଛନ୍ତି ଯେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ତାଙ୍କ ଦଳ ଆନ୍ଧ୍ରପ୍ରଦେଶରେ ପରବର୍ତ୍ତୀ ସରକାର ଗଠନ କରିବେ। ରବିବାର ତାଙ୍କ ଭାରାହି ଯାତ୍ରାର ଚତୁର୍ଥ ପର୍ଯ୍ୟାୟରେ ଆଭାନିଗଡାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପୱନ କଲ୍ୟାଣ କହିଛନ୍ତି ଯେ ଏଥର ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସ ପାର୍ଟି (ଓ୍ବାଇଏସଆରସିପି) ର ପରାଜୟ ନିଶ୍ଚିତ।
ଟିଡିପି ସହ ମେଣ୍ଟ ଘୋଷଣା କରିବା ପରେ ପୱନ କଲ୍ୟାଣ ତାଙ୍କର ପ୍ରଥମ ସାଧାରଣ ସଭା କରିଥିଲେ। ସୂଚନାଯୋଗ୍ୟ, ଜେଏସପି ଟିଡିପି ସହିତ ମିଳିତ ଭାବେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପୂର୍ବରୁ ଭାଜପା ସହଯୋଗୀ ଥିବା କଲ୍ୟାଣ ଟିଡିପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବା ପରେ ଏହି ମେଣ୍ଟ ଘୋଷଣା କରାଯାଇଥିଲା।

Share