Categories: ଜାତୀୟ

ପତ୍ନୀଙ୍କ ପାଇଁ ପ୍ରଚାର କଲେ ଅନୁପମ

ଚଣ୍ଡିଗଡ଼,୨୫।୪: ଲୋକ ସଭା ନିର୍ବାଚନରେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବଲିଉଡ୍‌ କଳାକାର କିରୋନ୍‌ ଖେର୍‌। ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟରଙ୍କୁ ହାତେଇବାକୁ ସେ ଜୋରସୋରରେ ପ୍ରଚାର କାମରେ ଲାଗିଛନ୍ତି। ଗୁରୁବାର ତାଙ୍କ ସ୍ବାମୀ ତଥା ବଲିଉଡ୍‌ ଅଭିନେତା ଅନୁପମ ଖେର କିରୋନ୍‌ଙ୍କ ସହ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ ମଧ୍ୟ ଏକ ଖୋଲା ଜିପ୍‌ରେ ଆସି ପ୍ରଚାର କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଭାଜପା ପ୍ରାର୍ଥୀ ତଥା ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀଙ୍କ ପାଇଁ ପ୍ରଚାର କରି ଚର୍ଚ୍ଚାକୁ ଆସିଥିଲେ ତାଙ୍କ ସ୍ବାମୀ ଧର୍ମେନ୍ଦ୍ର।

Share