ପରଲୋକରେ ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ଅଭିନେତା ଅରୁଣ ବର୍ମାଙ୍କ ଭୋପାଳରେ ଦେହାନ୍ତ ହୋଇଛି। ଭୋପାଳର ପିପୁଲ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅରୁଣ ଗୁରୁବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲ୍‌ମାନ ଖାନ ଏବଂ ସଞ୍ଜୟ ଦତ୍ତଙ୍କ ପରି ଅନେକ ବଡ଼ ଷ୍ଟାର୍‌ଙ୍କ ସହ ୮୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।

ଅରୁଣଙ୍କ ମୃତ୍ୟୁ ସମ୍ପର୍କରେ କବି ଉଦୟ ଦହିୟା ତାଙ୍କ ଫେସବୁକ୍‌ ପେଜ୍‌ରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ମୋତେ ବହୁତ ଦୁଃଖର ସହ ଜଣାଇବାକୁ ପଡୁଛି ଯେ, ମୋର ବନ୍ଧୁ ତଥା ଅଭିନେତା ଅରୁଣ ବର୍ମାଙ୍କ ଆଜି ସକାଳେ ଭୋପାଳରେ ଦେହାନ୍ତ ହୋଇଛି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଓମ୍‌ ଶାନ୍ତି।

ଦୀର୍ଘଦିନ ଧରି ଅରୁଣ ଅସୁସ୍ଥ ଥିଲେ। ସେ ତାଙ୍କ ଜନ୍ମମାଟି ଭୋପାଳରେ ରହି ଚିକିତ୍ସିତ ହେଉଥିଲେ। ସେ ଅନେକ ଫିଲ୍ମରେ କାମ କରିଛନ୍ତି। ସେଥିମଧ୍ୟରୁ ‘ହିନା’ ’ଖଲନାୟକ’, ‘ପ୍ରେମ ଗ୍ରନ୍ଥ’, ‘ନାୟକ’ ‘ମୁଝ୍‌ସେ ସାଦି କରୋଗୀ’, ‘ହିରୋପନ୍ତି’ ଭଳି ୮୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ବିୟୋଗରେ ବଲିଉଡ୍‌ର କଳାକାରମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Share