ବମ୍ବେ: କ୍ୟାନସରରେ ପୀଡିତ ଅଛନ୍ତି ମରାଠୀ ଅଭିନେତା ତଥା ‘ଦ କପିଲ ଶର୍ମା ଶୋ’ ଫେମ୍ ଅତୁଲ ପରଚୁରେ। ଏକ ସାକ୍ଷାତକାରରେ ସେ ଏନେଇ କହିବା ପରେ ପ୍ରଶଂସକ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି।
ଅତୁଲ କହିଛନ୍ତି, ବିବାହକୁ ୨୫ ବର୍ଷ ପୂରଣ ହୋଇଥିଲା। ମୁଁ ବହୁତ ଖୁସି ଥିଲି। ହେଲେ କିଛି ଦିନ ପରେ ମୋତେ ଖାଇବାରେ ଅସୁବିଧା ହେଉଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ଅନେକ ଡାକ୍ତରଙ୍କ ପାଖକୁ ଯାଇଛି। ପରାମର୍ଶ କ୍ରମେ ଅଲଟ୍ରାସୋନୋଗ୍ରାଫି କରାଇଲି। ପରେ ଲିଭର୍ ରେ ୫ସେ ମିର ଟ୍ୟୁମର ଥିବା ଜଣାପଡିଥିଲା। ଏପରିକି ତାହା କ୍ୟାନସରଗ୍ରସ୍ଥ ଥିବା ଜାଣିବାକୁ ପାଇଥିଲି। ପ୍ରାରମ୍ଭିକ ଷ୍ଟେଜ ଥିବାରୁ ସୁସ୍ଥ ହୋଇଯିବି ବୋଲି ଡାକ୍ତର କହିଥିଲେ। ହେଲେ ଓଲଟା ହୋଇଥିଲା। ଭୁଲ ଚିକିତ୍ସା ପଦ୍ଧତି ଯୋଗୁ ମୋ ସ୍ବାସ୍ଥ୍ଯ ଅଧିକ ବିଗିଡି ଯାଇଥିଲା। ସର୍ଜରୀ କରିବାରେ ମଧ୍ୟ ବିଳମ୍ବ ହୋଇଥିଲା। ପରେ ଡାକ୍ତର ବଦଳାଇ ନିଜର ଚିକିତ୍ସା କରାଉଛନ୍ତି।