ଅଭିନେତା ବାବୁସାନ ଅସୁସ୍ଥ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ଥିବା ତାଙ୍କ ଫ୍ୟାନ୍‌ଙ୍କ ମହଲରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି। ୬ ଦିନ ତଳେ ତାଙ୍କ ଶରୀରର ଅକ୍ସିଜେନ ମାତ୍ରା କମିଯିବାରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ୬ଜଣିଆ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।

Share