ଥାନାରେ ହାଜର ହେଲେ ଅଭିନେତା ବବି ମିଶ୍ର

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବବି ମିଶ୍ର ଏବେ ଅଡୁଆରେ ପଡ଼ିଛନ୍ତି। ଗୋଟିଏ ପରେ ଗୋଟିଏ ବିବାଦ ତାଙ୍କ ପଛକୁ ଯୋଡ଼ି ହୋଇଯାଉଛି। ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀଙ୍କ ସହିତ ଝଗଡ଼ା କରିଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିବାରୁ ନୟାପଲ୍ଲୀ ଥାନା ପୋଲିସ ଡାକି ପଚରାଉଚରା କରୁଛି। ପଡ଼ୋଶୀ ଜଣକ ଅଭିଯୋଗ କରିଛନ୍ତି ଯେ, ବବି ମିଶ୍ର ତାଙ୍କୁ ଧମକଚମକ ଦେଉଛନ୍ତି। ଅନ୍ୟପକ୍ଷରେ ବବି ପଡ଼ୋଶୀଙ୍କ ଅଭିଯୋଗକୁ ଅସ୍ବୀକାର କରିବା ସହ ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି।

Share