ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ବୁଦ୍ଧାଦିତ୍ୟ

କଟକ,୧୧ା୪ (କାର୍ତ୍ତିକ ସାହୁ)ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରୁଥିବା ନେଇ ସେ ବିଡ଼ାନାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇନାହିଁ। ହେଲେ ଚଳଚ୍ଚିତ୍ର ପ୍ରଯୋଜକ ଓ କଳାକାରଙ୍କ ମଧ୍ୟରେ ଏଭଳି ଆରୋପ-ପ୍ରତ୍ୟାରୋପ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବୁଦ୍ଧାଦିତ୍ୟ ଏନେଇ ତୁଳସୀପୁରଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀ ଜରିଆରେ ଗଣମାଧ୍ୟମ ଆଗରେ ନିଜର ପକ୍ଷ ରଖିଛନ୍ତି।
ବୁଦ୍ଧାଦିତ୍ୟଙ୍କ ଅଭିଯୋଗ ଅନୁଯାୟୀ, ପ୍ରଯୋଜକ ଜଣଙ୍କ ଗତ ୭ ମାସ ହେବ ତାଙ୍କ ମାଉସୀ ତଥା ବର୍ଷୀୟାନ ଅଭିନେତ୍ରୀ ମହାଶ୍ବେତା ରାୟ ଓ ତାଙ୍କ ବିରୋଧରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଛନ୍ତି। ପ୍ରଯୋଜକ ଜଣଙ୍କ ବୁଦ୍ଧାଦିତ୍ୟଙ୍କ ଅଭିନୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ବୁଦ୍ଧାଦିତ୍ୟ କେବଳ ଟେଲିସିନେମା ଓ ସିରିଏଲ କରୁଛନ୍ତି। ଗୁଣାତ୍ମକ ସିନେମାରେ ତାଙ୍କର କୌଣସି ଦଖଲ ନାହିଁ। ସେଥିପାଇଁ ବୁଦ୍ଧାଦିତ୍ୟଙ୍କୁ କାମ ମିଳୁ ନ ଥିବା ନେଇ ପ୍ରଯୋଜକ ଜଣଙ୍କ ଅପପ୍ରଚାର ଚଳାଇଛନ୍ତି। ତେବେ ଓଡ଼ିଆ ସିନେମା ପ୍ରଥାକୁ ବିଭିନ୍ନ ସିନେମା ହଲରେ ବିରୋଧ କରାଯିବା ଏବଂ ପୋଷ୍ଟର ଚିରା ଯିବାବେଳେ ସିନେମାର ପ୍ରଯୋଜକ ସନଲିସା ପଟେଲଙ୍କୁ ବୁଦ୍ଧାଦିତ୍ୟ ସମର୍ଥନ କରିଥିଲେ। ସେ ଭୁବନେଶ୍ୱରରେ ସନଲିସାଙ୍କୁ ସମର୍ଥନ କରି ଧାରଣାରେ ବସିଥିଲେ। ତେବେ ସନଲିସାଙ୍କ ସମର୍ଥନରେ ବାହାରିବା ପରଠାରୁ ପ୍ରଯୋଜକ ଜଣକ ତାଙ୍କୁ ଟାର୍ଗେଟ କରିଆସୁଥିବା କୁହାଯାଉଛି। ଇନ୍‌ଷ୍ଟାଗ୍ରାମ ଏବଂ ଓଲିଉଡ୍‌ ପେଜ୍‌-୩ ନାମକ ଏକ ହ୍ବାଟ୍ସଆପ୍‌ ଗ୍ରୁପରେ ତାଙ୍କୁ ଟାର୍ଗେଟ କରି ସମାଲୋଚନା କରାଯାଉଛି। ବୁଦ୍ଧାଦିତ୍ୟ ୧୫ ଦିନ ତଳେ ଏହି ଘଟଣାକୁ ନେଇ ବିଡାନାସୀ ଥାନାରେ ଅଭିଯୋଗ କରିଥିଲେ। ଏବେ ପୁଣି ଥରେ ସମାନ ଅଭିଯୋଗ ନେଇ ବିଡାନାସୀ ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁ କହିଛନ୍ତି, ବୁଦ୍ଧାଦିତ୍ୟଙ୍କୁ ଜଣେ ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ପ୍ରଯୋଜକଙ୍କୁ ଥାନାକୁ ଡାକି ଘଟଣାର ଆପୋସ ସମାଧାନ କରାଯାଇଛି। ଭବିଷ୍ୟତରେ ସେ ଏଭଳି ସାମାଜିକ ଗଣମାଧ୍ୟମରେ ଲେଖିବେ ନାହିଁ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ବୁଦ୍ଧାଦିତ୍ୟଙ୍କ କହିବା କଥା ଯେଉଁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନା କରାଯାଇଛି, ସେହି ସାମାଜିକ ଗଣମାଧ୍ୟମରେ ସେ ଭବିଷ୍ୟତରେ ଏଭଳି କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦିଅନ୍ତୁ। ତା’ହେଲେ ସମସ୍ତେ ଏ ବିଷୟରେ ଅବଗତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri