ଅଭିନେତା ଫରାଜ ଖାନ୍ଙ୍କ ପରଲୋକ ଘଟିଛି। ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ୫୦ ବର୍ଷ ହୋଇଥିଲା। ପୂଜା ଭଟ୍ଟ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍ରେ ସୂଚନା ଦେଇଛନ୍ତି। ପୂଜା ଟୁଇଟ୍ କରି ଲେଖିଛନ୍ତି, କୋହ ଭରା ହୃଦୟ ସହ ମୁଁ ଆପଣ ସମସ୍ତଙ୍କୁ ଖରାପ ଖବର ଦେଉଛି। ଫରାଜ ଖାନଙ୍କ ଦେହାନ୍ତ ହୋଇଛି। ଆପଣଙ୍କର ସାହାଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଫରାଜଙ୍କ ପରିବାରକୁ ଅର୍ଥ ଅଧିକ ଆବଶ୍ୟକ ଥିବାବେଳେ ଆପଣ ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଫରାଜଙ୍କ ସ୍ଥାନକୁ କେହି ପୂରଣ କରିପାରିବେ ନାହିଁ। ପୂଜା ଭଟ୍ଟ ଫରାଜଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ, କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଫରାଜଙ୍କୁ ସାହାଯ୍ୟ କରିବାକୁ ସଲମାନ ଖାନ ମଧ୍ୟ ଆଗେଇ ଆସିଥିଲେ। ସେ ତାଙ୍କର ଚିକିତ୍ସା ବିଲ ପୈଠ କରୁଥିଲେ। ଫରାଜ ଖାନଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ଭେଣ୍ଟିଲେଟରରେ ଥିଲେ। ସ୍ନାୟୁଗତ ରୋଗ ଯୋଗୁୁ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେହେନ୍ଦି, ଫରେବ୍, ଦୁଲହନ୍ ବନୁ ମେଁ ତେରୀ, ଚାନ୍ଦ ବୁଝ୍ ଗୟା ଆଦି ଫିଲ୍ମରେ ଅଭିନୟ କରିଥିଲେ।
With a heavy heart I break the news that #FaraazKhan has left us for what I believe, is a better place.Gratitude to all for your help & good wishes when he needed it most.Please keep his family in your thoughts & prayers.The void he has left behind will be impossible to fill 🙏
— Pooja Bhatt (@PoojaB1972) November 4, 2020