ପ୍ଲାଜମା ଦାନ କଲେ ଗୁରମିତ

ମୁମ୍ବାଇ: ଟେଲିଭିଜନ ଅଭିନେତା ଗୁରମିତ ଚୌଧୁରି ଏବେ ଅନ୍ୟପାଇଁ ସହାୟତାର ହାତ ବଢାଇଛନ୍ତି । କିଛିଦିନ ତଳେ କରୋନାରେ ପୀଡ଼ିତ ହୋଇଥିଲେ ଗୁରମିତ ଓ ତାଙ୍କ ପତ୍ନୀ ଦେବିନା ବାନାର୍ଜୀ । ସେପ୍ଟେମ୍ବରରେ ଏମାନେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗୁ ଏବେ ଉଭୟ ସୁସ୍ଥ ହୋଇ ଯାଇଛନ୍ତି । କରୋନା ଭଳି ମହାମାରୀ ସହ ଲଢିବାକୁ ଏବେ ଗୁରମିତ ଆଉ ପାଦେ ଆଗେଇ ଆସିଛନ୍ତି । ମୁମ୍ବାଇର ଏକ ହସ୍ପିଟାଲରେ ସେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିଛନ୍ତି । ଏଥିପାଇଁ ସେ ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Share