ଜ୍ୟାକଲିନ୍‌ଙ୍କ ବଢିଲା ଅଡ଼ୁଆ

ନୂଆଦିଲ୍ଲୀ, ୧୭ା୮: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଏକ ମନିଲଣ୍ଡରିଂ ମାମଲାରେ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ କରିଛି। ଦିଲ୍ଲୀ ପିଏମ୍‌ଏଲ୍‌ଏ କୋର୍ଟରେ ଦାଖଲ ଚାର୍ଜଶିଟ୍‌ରେ ଇଡି ୩୭ ବର୍ଷୀୟା ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଆସନ୍ତା ୩୧ ତାରିଖରେ କୋର୍ଟ ଏହାକୁ ସଂଜ୍ଞାନକୁ ନେବେ। ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ଙ୍କୁ ୨୦୦ କୋଟି ମନିଲଣ୍ଡରିଂ ମାମଲାରେ ଏକାଧିକ ଥର ଜେରା କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମଧ୍ୟସ୍ଥି ସୁକେଶ ଚନ୍ଦ୍ରଶେଖର ଏହି ଅଭିନେତ୍ରୀଙ୍କୁ ୫.୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଉପହାର ଦେଇଥିଲେ ବୋଲି ଇଡି ଏହାର ପୂର୍ବ ଚାର୍ଜଶିଟ୍‌ରେ ଦର୍ଶାଇଥିଲା। ଏଥିସହ ଗତ ଏପ୍ରିଲରେ ଇଡି ଜ୍ୟାକ୍‌ଲିନ୍‌ଙ୍କ ୭.୨୭ କୋଟି ଟଙ୍କା ଜବତ କରିଥିଲା। ଚନ୍ଦ୍ରଶେଖର ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେମାନଙ୍କୁ ଠକୁଥିଲେ। ତାଙ୍କ ସହ ଜ୍ୟାକ୍‌ଲିନ୍‌ ଲିଙ୍କ୍‌ରେ ଥିଲେ ବୋଲି ଇଡି କହିଛି। ଜ୍ୟାକ୍‌ଲିନ୍‌ ଏହାକୁ ନେଇ ଟୁଇଟରରେ ଏକ ପୋଷ୍ଟ କରିଛନ୍ତି। ସେ ଏହି କଠିନ ସମୟରେ ନିଜକୁ ମଜଭୁତ ରଖିବେ ବୋଲି କହିଛନ୍ତି।

Share