ଅଭିନେତା ଜୋ ତୁରକେଲଙ୍କ ପରଲୋକ

ୱାଶିଂଟନ,୨।୭: ହଲିଉଡ ଅଭିନେତା ଜୋ ତୁରକେଲଙ୍କର ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ କାର୍ଲିଫର୍ଣ୍ଣିଆର ସେଣ୍ଟ ଜନ୍ସ ହସ୍ପିଟାଲରେ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ। ସେହିଠାରେ ହିଁ ସେ ପ୍ରାଣତ୍ୟାଗ କରିଛନ୍ତି।
ଜୋ ତୁରକେଲ ପ୍ରଥମେ ପାର୍ଶ୍ୱ ଅଭିନେତା ଭାବେ ୩ଟି ଷ୍ଟାନଲେ କୁବ୍ରି ସିନେମାରେ ଅଭିନୟ କରି ସାମ୍ନାକୁ ଆସିଥିଲେ। ଏହାପରେ ସେ ଅନେକ ସିନେମାରେ ଦମଦାର ଅଭନୟ କରିଥିଲେ। ସେ ଦି କିଲିଙ୍ଗ, ପାଥ୍ସ ଅଫ ଗ୍ଲୋରି ଓ ଦି ସାଇନିଂରେ ଅଭିନୟ କରିଥିଲେ।

Share