‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେବେ ଅଭିନେତା କମଲ ହାସନ

ନୂଆଦିଲ୍ଲୀ, ୧୮।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେବେ ଅଭିନେତା ତଥା ରାଜନେତା କମଲ ହାସନ। ଆସନ୍ତା ଡିସେମ୍ବର ୨୪ରେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗଦେବେ। କମଲଙ୍କ ଦଳ ମକ୍କାଲ ନିଧି ମୟମଙ୍କ ଅନୁଯାୟୀ, ସୁପରଷ୍ଟାର କମଲ ହାସନଙ୍କୁ ରାହୁଲ ଏହି ଯାତ୍ରାରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି।
ଭାରତ ଯୋଡା ଯାତ୍ରା ଡିସେମ୍ବର ୨୪ରେ ଦିଲ୍ଲୀରେ ପ୍ରବେଶ କରିବ। ପ୍ରାୟ ଆଠ ଦିନର ବିରତି ପରେ ଏହା ଆସନ୍ତା ମାସରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିବା ପୂର୍ବରୁ ଭାଜପା ନେତୃତ୍ୱାଧୀନ ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବକୁ ଯିବ।
ନିକଟରେ ଏହି ଯାତ୍ରା ୧୦୦ ଦିନ ପୂରଣ କରିଛି। କଂଗ୍ରେସ ଏକ ସଫଳତା ବୋଲି କହିଛି। ଏହି ଅବସରରେ ଗାୟିକା ସୁନୀଧି ଚୌହାନ ଏବଂ ଅନ୍ୟମାନଙ୍କ ସହ ଏକ କନ୍ସର୍ଟ ଆୟୋଜନ କରାଯାଇଥିଲା। କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ତାମିଲନାଡୁ, କେରଳ, କର୍ନାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର କରି ଆଠଟି ରାଜ୍ୟକୁ ଯାଇଛି।

Share