Categories: ଜାତୀୟ

ପାସପୋର୍ଟ ନ ମିଳିବାରୁ କୋର୍ଟରେ ଅଭିନେତ୍ରୀ

ମୁମ୍ବାଇ,୧୬।୬: ମୁମ୍ବାଇ ପୋଲିସ ପକ୍ଷରୁ ଦାୟର କରାଯାଇଥିବା ଏଫ୍‌ଆଇଆର ଯୋଗୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ପାସପୋର୍ଟ ରିନ୍ୟୁ କରିବାକୁ ମନା କରି ଦେଇଛନ୍ତି ପାସପୋର୍ଟ କର୍ତ୍ତୃପକ୍ଷ। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଙ୍ଗନା। ଜଷ୍ଟିସ ପିବି ଭାରାଲେ ଓ ଏସ୍‌ପି ତାଭେଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ଦର୍ଶାଇଛନ୍ତି ଯେ, ରାଣାଓ୍ବତ ତାଙ୍କ ଆବେଦନରେ ପାସପୋର୍ଟ କର୍ତ୍ତୃପକ୍ଷଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି। ତାଙ୍କ ଆବେଦନ ଅସ୍ପଷ୍ଟ ଓ ଏଥିରେ ପ୍ରଯୁଜ୍ୟ ତଥ୍ୟକୁ ରଖାଯାଇନାହିଁ। ଏଣୁ ଏହି ଆବେଦନର ଶୁଣାଣିକୁ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ବମ୍ବେ ହାଇକୋର୍ଟ।

Share