Categories: ଜାତୀୟ

ତ୍ରିଶାଙ୍କୁ କ୍ଷମା ମାଗିଲେ ଅଭିନେତା ମନ୍‌ସୁର ଅଲି ଖାନ୍‌

ମୁମ୍ବାଇ,୨୫ା୧୧: ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ଲୋକପ୍ରିୟ ଅଭିନେତା ମନସୁର ଅଲି ଖାନ୍‌ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ନିକଟରେ ମନ୍‌ସୁର ଅଭିନେତ୍ରୀଙ୍କ ସମ୍ମାନ ହାନିକାରକ ତଥା ଅରୁଚିକର ମନ୍ତବ୍ୟ ଦେଇଥିବାରୁ ବିଭିନ୍ନ ମହଲରୁ ସମାଲୋଚିତ ହୋଇଥିଲେ। ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତ୍ରିଶା ମଧ୍ୟ ସୋସିଆଲ ମିଡିଆରେ ମନ୍‌ସୁରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଥିଲେ। ଲିଓ ଚଳଚ୍ଚିତ୍ରରେ ତ୍ରିଶାଙ୍କ ସହ ବେଡ୍‌ରୁମ୍‌ ଦୃଶ୍ୟ କରିବାକୁ ଚାହୁଁଥିଲେ ବୋଲି ମନ୍‌ସୁର କହିଥିଲେ, ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ଜାତୀୟ ମହିଳା କମିଶନ ମଧ୍ୟ ତାଙ୍କ ବିରୋଧରେ ପୋଲିସରେ ଏତଲା ଦେଇଥିଲା।

Share