ହାତକୁ ଦୁଇ ହାତ ହେଲେ ଟେଲି ପରଦାର ‘ମହାଦେବ’

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଦେବୋ କେ ଦେବ ମହାଦେବ ଫେମ୍‌ ଅଭିନେତା ମୋହିତ ରାଇନା। ବେଶ ଗୋପନୀୟ ଭାବେ ଏହି ବିବାହ ସମ୍ପନ୍ନ ହୋଇଛି। ନୂଆବର୍ଷର ଖାସ ଅବସରରେ ଅଭିନେତା ନିଜର ଇନ୍‌ଷ୍ଟାଗ୍ରାମରେ ସ୍ତ୍ରୀ ଅଦିତିଙ୍କ ସହ ବିବାହ ବେଳର ଫଟୋ ଶେୟାର କରି ସମସ୍ତଙ୍କୁ ଚମକାଇଛନ୍ତି। ଏହାପରେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି।

Share