ବମ୍ବେ: ପିତା ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ମୃଣାଳ ଜୈନ। ତାଙ୍କ ସ୍ତ୍ରୀ ସ୍ବିଟି ଜୈନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୨୦୧୩ରେ ପରିବାରର ସମ୍ମତି କ୍ରମେ ସ୍ବିଟିଙ୍କ ହାତ ଧରିଥିଲେ ମୃଣାଳ। ହେଲେ ବିବାହର ନଅ ବର୍ଷ ପରେ ସେମାନେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଖୁସି ଖବରକୁ ସମସ୍ତଙ୍କ ସହ ବାଣ୍ଟି ମୃଣାଳ କହିଛନ୍ତି, ମୁଁ ଏଯାଏ ବିଶ୍ୱାସ କରିପାରୁନାହିଁ ଯେ ଏକ ସୁନ୍ଦର ପିଲାର ବାପା ହୋଇଛି। ପ୍ରଥମ ଥର ପାଇଁ ତାକୁ କୋଳକୁ ନେବାର ଅନୁଭବ ବହୁତ ସ୍ପେଶାଲ ହୋଇ ରହିବ। ସେତେବେଳେ ମୋ’ ଆଖିରେ ଲୁହ ଥିଲା।
ଏହାଛଡ଼ା ସ୍ତ୍ରୀ ସ୍ବିଟିଙ୍କୁ ନେଇ ସେ କହିଛନ୍ତି, ପିଲାଟିଏ ଜନ୍ମ ଦେବା ସମୟରେ ମା’ ବହୁତ କଷ୍ଟ ଦେଇ ଗତି କରିଥାଏ। ସ୍ବିଟିଙ୍କୁ ସେହି ଅବସ୍ଥାରେ ଦେଖି ମୋର ତାଙ୍କ ପ୍ରତି ସମ୍ମାନ ଅନେକ ଗୁଣ ବଢ଼ି ଯାଇଛି। ମୁଁ ଆଜି ପୂର୍ଣ୍ଣ ଅନୁଭବ କରୁଛି। ଏହା ମୋ’ ଜୀବନର ସୁନ୍ଦର ମୂହୁର୍ତ୍ତ ମଧ୍ୟରୁ ଗୋଟିଏ ହୋଇ ରହିବ ବୋଲି ମୃଣାଳ କହିଛନ୍ତି।