ବାପା ହେଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ନିକଟରେ କମେଡିଆନ୍‌ କପିଲ ଶର୍ମା ପୁଣି ଥରେ ବାପା ହେବାକୁ ଯାଉଥିବା ନେଇ ଖୁସି ଖବର ଦେଇଥିଲେ। ଏବେ ଆଉ ଜଣେ ଅଭିନେତା ବାପା ହୋଇଛନ୍ତି। ଟେଲି ଅଭିନେତା ନକୁଳ ମେହେଟ୍ଟାଙ୍କ ଘରକୁ ନୂଆ ଅତିଥି ଆସିଛି। ସ୍ତ୍ରୀ ଜାନକୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ନକୁଳ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି।
ପୁଅଙ୍କ ହାତ ଧରିଥିବା ଏକ ଫଟୋକୁ ନକୂଳ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରୁ ୩ ଫେବୃୟାରୀ ୨୦୨୧ରେ  ତାଙ୍କର ପୁଅ ଜନ୍ମ ହୋଇଥିବା ଜଣାପଡ଼ୁଛି।
୨୦୦୮ରେ ଫିଲ୍ମ ‘ହାଲ ଏ ଦିଲ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ନକୂଳ। ଫିଲ୍ମଟି ସେତେଟା ସଫଳ ହୋଇନଥିଲା। ଏହାପରେ ସେ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ। ପ୍ରଥମେ ସେ ‘ମିଠା ମିଠା ପ୍ୟାରା ପ୍ୟାରା’ରେ ନଜର ଆସିବା ପରେ ତାଙ୍କର ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଥିଲା। ପରେ ସେ ଇସ୍କବାଜ୍‌ ଧାରାବାହିକରେ ଶିବାୟ ସିଂହ ଓବରୟ ଭୂମିକାରେ ନଜର ଆସିଥିଲେ।
Share