ବାପା ହେବେ ଆଉ ଜଣେ ଅଭିନେତା

‘ଟଶନ ଏ ଇଶ୍କ’, ‘ଖୁଶିୟୋକି ଗୁଲକ ଆଶି’ ଏବଂ ‘କସମ୍‌ ସେ’ ପରି ଟିଭି ଶୋ’ରେ କାମ କରିସାରିଥିବା ଅଭିନେତା ନମନ୍‌ ଖାଁ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ନମନ୍‌ଙ୍କ ଜନ୍ମଦିନରେ ସ୍ତ୍ରୀ ନେହା ତାଙ୍କୁ ଏହି ଉପହାର ଦେଇଥିଲେ। ଏବେ ନମନ ପ୍ରଶଂସକଙ୍କ ସହ ଉକ୍ତ ଉପହାରକୁ ଶେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ନମନ୍‌ ସ୍ତ୍ରୀଙ୍କ ବେବି ବମ୍ପକୁ ଧରିଥିବାର ଏକ ଫଟୋ ଶେୟାର କରିଛନ୍ତି। ଏଥିସହ କ୍ୟାପଶନରେ ଲେଖିଛନ୍ତି, ଆଜି ପର୍ଯ୍ୟନ୍ତ ତାଙ୍କର ଜନ୍ମଦିନରେ ଏହା ହେଉଛି ସବୁଠାରୁ ଶ୍ରେଷ୍ଠ ଉପହାର। ମୁଁ ୨୦୨୧କୁ ଅପେକ୍ଷା କରିଛି ବୋଲି ସେ ଲେଖିଛନ୍ତି।
ନମନ୍‌ ଏବଂ ନେହା ୨୦୨୧ରେ ତାଙ୍କର ପ୍ରଥମ ସନ୍ତାନର ସ୍ବାଗତ କରିବେ। ଏହାକୁ ନେଇ ଉଭୟ ବହୁତ ଉତ୍ସାହିତ ଅଛନ୍ତି।
ନମନ ଏବଂ ନେହା ୨୦୧୭ରେ କଲିକତାରେ ବିବାହ କରିଥିଲେ। ପୂର୍ବରୁ ସେମାନେ ଭଲ ବନ୍ଧୁ ଥିଲେ।

Share