ଅଭିନେତ୍ରୀଙ୍କୁ ବନ୍ଧୁକ ମୁନରେ ଲୁଟିଲେ

ନୂଆଦିଲ୍ଲୀ, ୧୫।୯: ଅଭିନେତ୍ରୀ ନିକିତା ରାଓ୍ବାଲଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟିଛନ୍ତି। ନିକିତା ତାଙ୍କ ମାଉସୀଙ୍କ ଘରେ ଏକା ଥିବା ବେଳେ କିଛି ଦୁର୍ବୃତ୍ତ ମାସ୍କ ପିନ୍ଧି ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟି ନେଇଥିବା ଘଟଣା ସାମ୍ନାକୁ ଆସିଛି।

ଏକ ଶୁଟିଂ ପାଇଁ ସେ ଆସିଥିଲେ ଦିଲ୍ଲୀର ଶାସ୍ତ୍ରୀ ନଗରସ୍ଥିତ ମାଉସୀଙ୍କ ଘରକୁ। ଘଟଣା ସମୟରେ ସେ ଘରେ ଏକା ଥିଲେ। ଲୁଟେରାମାନେ ମାସ୍କ ପିନ୍ଧିଥିବାରୁ ସେମାନଙ୍କ ଚେହେରା ଦେଖିପାରି ନ ଥିବା ନିକିତା କହିଛନ୍ତି। ତାଙ୍କୁ ବନ୍ଧକ ରଖି ଦୁର୍ବୃତ୍ତମାନେ ଘରୁ ଲୁଟି ନେଇ ଯାଇଥିଲେ ୭ ଲକ୍ଷ ଟଙ୍କା। ୩୧ ବର୍ଷୀୟା ନିକିତା କହିଛନ୍ତି, ଲୁଟେରାଙ୍କ ଠାରୁ ବଞ୍ଚିବା ପାଇଁ ସେ ନିଜକୁ ଆଲମାରିରେ ଲକ୍‌ କରି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ନିକିତା ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ମିଷ୍ଟର ହଟ୍‌ ମିଷ୍ଟର କୁଲ’ ଜରିଆରେ ବଲିଉଡ୍‌ରେ ପଦାର୍ପଣ କରିଥିଲେ। ତାଙ୍କ ଅଭୀନିତ ଆଉ ଏକ ଫିଲ୍ମ ‘ଦ ହିରୋ ଅଭିମନ୍ୟୁ’ ରିଲିଜ ହୋଇଥିଲା ୨୦୦୯ରେ। ଅରଶଦ ଓ୍ବାର୍ସିଙ୍କ ଆଗାମୀ ଫିଲ୍ମ ‘ରୋଟି, କପଡା, ମକ୍କାନ’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ।

Share