ଜୁନିୟର ଏନଟିଆରଙ୍କ କଜିନ ନନ୍ଦମୁରି ତାରକ ରତ୍ନଙ୍କ ପରଲୋକ

ଚେନ୍ନାଇ,୧୯ ।୨:  ଜୁନିୟର ଏନଟିଆରଙ୍କ ସମ୍ପର୍କିୟ ଭାଇ ତଥା ଅଭିନେତା ଓ ରାଜନେତା ନନ୍ଦମୁରି ତାରକ ରତ୍ନଙ୍କର ଶନିବାର ପରଲୋକ ହୋଇଛି । ତାଙ୍କୁ ବେଙ୍ଗାଲୁରୁର ନାରାୟଣ ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଏହି ଆକଷ୍ମିକ ମୃତ୍ୟୁ ସମଗ୍ର ଟଲିଉଡ ଜଗତକୁ ସ୍ତବ୍ଧ କରି ଦେଇଛି । ଏହାସହ ରାଜନେତାମାନେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ନନ୍ଦମୁରି ତାରକ ରତ୍ନଙ୍କ ପରଲୋକ ଖବର ଶୁଣିବା ପରେ ବହୁ ରାଜନେତା ଓ ସେଲିବ୍ରିଟି ସୋସିଆଲ ମିଡିଆ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି ।
ମେଗାଷ୍ଟାର ଚିରଞ୍ଜିବ କୋନିଡେଲା ଟୁଇଟ କରି ଲେଖିଛନ୍ତି, ନନ୍ଦମୁରି ତାରକ ରତ୍ନଙ୍କ ଅସମୟରେ ମୃତ୍ୟୁ ଖବର ଜାଣିବା ପରେ ବହୁତ ଦୁଃଖ ଅନୁଭବ କରୁଛି । ଏତେ ଉଜ୍ୱଳ, ପ୍ରତିଭାଶାଳୀ, ସ୍ନେହି ଯୁବା..ବହୁତ ଶୀଘ୍ର ବିଦାୟ ନେଲେ! ସମସ୍ତ ପରିବାର ସଦସ୍ୟ ଓ ପ୍ରଶଂସକଙ୍କ ହାର୍ଦ୍ଦିକ ସମବେଦନା! ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।
ମହେଶ ବାବୁ, ଆଲୁ ଅର୍ଜୁନଙ୍କ ସମେତ ବହୁ କଳାକାର ନନ୍ଦମୁରି ତାରକ ରତ୍ନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ୨୭ ଜାନୁୟାରୀରେ ନନ୍ଦମୁରି ତାରକ ରତ୍ନ ନାରା ଲୋକେଶଙ୍କ ଯୁବାଗଲମ ପଦଯାତ୍ରାରେ ଭାଗ ନେଇଥିଲେ । ସେ କୁପ୍ପମରେ ଏକ ମସଜିଦରେ ନମାଜ ପଢି ଫେରିବା ସମୟରେ ହଠାତ୍ ପଡିଯାଇଥିଲେ । ତେଲଗୁ ଦେଶମ ପାର୍ଟିର କର୍ମୀମାନେ ସେଠାରୁ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ସେବେଠାରୁ ସେ ଲାଇଫ୍ ସପୋର୍ଟରେ ଥିଲେ ଓ ୧୮ ଫେବୃୟାରୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Share