ଚନ୍ଦ୍ରୟାନ-୩ର ମଜା ଉଡାଇବା ଅଭିନେତାଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ

ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍‌ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି।
ପ୍ରକାଶ ରାଜ ଏକ୍ସରେ ଶର୍ଟ ଏବଂ ଲୁଙ୍ଗି ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ କାର୍ଟୁନ ଶେୟାର କରିଥିଲେ। ଏଥିରେ ସେ ଚା’ ଢାଳୁଥିଲେ। ଏହାକୁ ଶେୟାର ଅଭିନେତା ଲେଖିଛନ୍ତି, ଚନ୍ଦ୍ରୟାନରୁ ପ୍ରଥମ ଦୃଶ୍ୟ ଆସିଛି। ଏଥି ସହ ସୋସିଆଲ ମିଡିଆରେ ଅସନ୍ତୋଷର ସମ୍ମୁଖୀନ ହେବା ପରେ ପ୍ରକାଶ ରାଜ ଅନ୍ୟ ଏକ ଟୁଇଟ୍‌ରେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ମନ୍ତବ୍ୟ କେବଳ ଥଟ୍ଟା ପରି। ସେ ଲେଖିଛନ୍ତି, ଘୃଣା କେବଳ ଘୃଣା ଦେଖେ … ମୁଁ ଆର୍ମଷ୍ଟ୍ରଙ୍ଗଙ୍କ ସମୟରୁ ଆମର କେରଳ ଚା’ୱାଲା ପାଳନ କରୁଥିବା ଏକ ଥଟ୍ଟା ବିଷୟରେ କହୁଥିଲି – ଟ୍ରୋଲର କେଉଁ ଚା’ୱାଲା ଦେଖିଥିଲେ? ଯଦି ଆପଣ ଥଟ୍ଟା ବୁଝିପାରିଲେ ନାହିଁ ତେବେ ଥଟ୍ଟା ଆପଣଙ୍କ ପାଇଁ ହୋଇଛି।
କର୍ନାଟକର ବାଗାଲକୋଟ ଜିଲାର ଏକ ପୋଲିସ ଷ୍ଟେଶନରେ ହିନ୍ଦୁ ସଂଗଠନର ନେତାମାନେ ପ୍ରକାଶ ରାଜଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Share