ଅଭିନେତା ପୁନୀତ୍‌ ରାଜକୁମାର ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ: କନ୍ନଡ ଅଭିନେତା ପୁନୀତ୍‌ ରାଜକୁମାର ଶୁକ୍ରବାର ହୃଦଘାତରେ ଶିକାର ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଥିବା ଯୋଗୁ ଆଇସିୟୁରେ ରଖାଯାଇଛି। ଏକ ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ଏସ ବୋମାଇ ମଧ୍ୟ ହସ୍ପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଛନ୍ତି।

ପୁନୀତ୍‌ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ରେ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ କର୍ନାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ୨୦୦୨ରେ ସେ ଆପ୍ପୁ ଫିଲ୍ମରେ ପ୍ରଥମ ଥର ହିରୋ ହୋଇଥିଲେ। ଶେଷଥର ପାଇଁ ତାଙ୍କୁ ‘ଯୁବରତ୍ନ’ ଫିଲ୍ମରେ ଦେଖିଥିଲେ ଦର୍ଶକ।

Share