ଜୀବନ ଯୁଦ୍ଧରେ ହାରିଗଲେ ଏହି ଅଭିନେତା: ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କରିଥିଲେ ହୃଦୟ ବିଦାରକ ପୋଷ୍ଟ

ଅଭିନେତା ରାହୁଲ ବୋହରା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ସେ ଦୀର୍ଘ ଦିନ ଧରି କରୋନା ସହିତ ଲଢୁଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ରାହୁଲ ଫେସବୁକ୍‌ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ନିର୍ଦ୍ଦେଶକ ତଥା ଲେଖକ ଅରବିନ୍ଦ ଗୌର ରାହୁଲଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। କରୋନା ସଂକ୍ରମିତ ହୋଇଥିବାରୁ ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମାଗତ ଭାବରେ ଖରାପ ହେଉଥିଲା। ଫେସବୁକ ମାଧ୍ୟମରେ ସାହାଯ୍ୟ ପାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରି ନ ଥିଲା। ଶେଷ ସମୟ ପର୍ଯ୍ୟନ୍ତ ସେମାନେ ଉନ୍ନତ ଚିକିତ୍ସା ଆଶା କରିଥିଲେ, କିନ୍ତୁ ଏହା ହୋଇପାରିଲା ନାହିଁ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ରାହୁଲ ଲେଖିଥିଲେ, ଯଦି ମୋର ଭଲ ଚିକିତ୍ସା ହୋଇଥାନ୍ତା, ମୁଁ ବଞ୍ଚି ପାରିଥାନ୍ତି। ତୁମର ରାହୁଲ ଭୋହରା। ସେ ଜଣେ ରୋଗୀ ଭାବରେ ତାଙ୍କର ବିବରଣୀ ପୋଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ ଏହି ପୋଷ୍ଟରେ ଲେଖିଛନ୍ତି, ମୁଁ ଶୀଘ୍ର ଜନ୍ମ ହେବି ଏବଂ ଏକ ଭଲ କାମ କରିବି। ଏବେ ମୁଁ ସାହସ ହରାଇଛି।
ରାହୁଲଙ୍କୁ ନେଟଫ୍ଲିକ୍ସ ଫିଲ୍ମ ‘ଅନଫ୍ରିଡମ’ରେ ଦେଖିବାକୁ ମିଳିଥିଲା। ଉତ୍ତରାଖଣ୍ଡର ଡିଜିଟାଲ ପ୍ଲାଟଫର୍ମରେ ସେ ବହୁତ ପ୍ରସିଦ୍ଧ ଥିଲେ। ଲୋକମାନେ ତାଙ୍କ କାର୍ଯ୍ୟକୁ ବହୁତ ପସନ୍ଦ କରିଥିଲେ। ରାହୁଲ ବିବାହିତ ଥିଲେ। ସେ ଲେଖକ ଜ୍ୟୋତି ତିୱାରୀଙ୍କୁ ବିବାହ କରିଥିଲେ।

Share