୩୯ବର୍ଷ ବୟସରେ ଡକ୍ଟରେଟ ଡିଗ୍ରୀ ପାଇଲେ ଅଭିନେତା ରାମଚରଣ, ପୋଷ୍ଟ କରି ଖୁସି ବାଣ୍ଟିଲେ ସ୍ତ୍ରୀ

ମୁମ୍ବାଇ: ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଚେନ୍ନାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ୩୯ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି। ଏନେଇ ରାମ ଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି।

ଗୋଟିଏ ପଟେ ରାମ ଚରଣଙ୍କ ଫିଲ୍ମ ଗେମଚେଞ୍ଜର ଚର୍ଚ୍ଚାରେ ଥିବାବେଳେ ଫ୍ୟାନ୍ସଙ୍କୁ ସେ ଆଉ ଏକ ସରପ୍ରାଇଜ ଗିଫ୍ଟ ଦେଇଛନ୍ତି। ଉପସାନା ପୋଷ୍ଟ କରି ସେ ସ୍ବାମୀଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି।

Share