ଜୋକ୍ ପାଇଁ ଫସିଲେ ରଣଦୀପ ହୁଡା

ମୁମ୍ବାଇ, ୨୮।୫: ବଲିଉଡ ଅଭିନେତା ରଣଦୀପ ହୁଡାଙ୍କୁ ମହଙ୍ଗା ପଡ଼ିଛି ଏକ ଜୋକ। ଏହି ଅଭିନେତା ୨୦୧୨ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବହୁଜନ ସମାଜବାଦି ପାର୍ଟି ସୁପ୍ରିମୋ ମାୟାବତୀଙ୍କ ଉପରେ ଆପତ୍ତିଜନକ ଜୋକ କରିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିଯୋଗୁ ସ୍ଥାନାନ୍ତରିତ ବନ୍ୟଜନ୍ତୁ ପ୍ରଜାତିର ସଂରକ୍ଷଣ ଆମ୍ବାସାଡର ପଦରୁ ହୁଡାଙ୍କୁ ହଟାଇ ଦେଇଛି ସିଏମ୍‌ଏସ୍‌।

ଏହାର ଓ୍ବେବସାଇଟ୍‌ ଜାରି କରାଯାଇଥିବା ବିବୃତିରେ ସିଏମ୍‌ଏସ୍‌ ପକ୍ଷରୁ କୁହାଯାଇଛି, ଭିଡିଓରେ ସ୍ଥାନ ପାଇଥିବା ହୁଡାଙ୍କ ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ। ରଣଦୀପ ଆଉ ସେମାନଙ୍କ ପାଇଁ ଆମ୍ବାସାଡର କାର୍ଯ୍ୟ କରିବେ ନାହିଁ। ବଲିଉଡ ଅଭିନେତାଙ୍କୁ ୨୦୨୦ ଫେବୃୟାରୀରେ ୩ ବର୍ଷ ପାଇଁ ସ୍ଥାନାନ୍ତରିତ ବ୍ୟନଜନ୍ତୁ ପ୍ରଜାତିର ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିଲା।

ତେବେ ଭାଇରାଲ ହେଉଥିବା ୪୩ ସେକେଣ୍ଡ ବିଶିଷ୍ଟ ଭିଡିଓଟି ୯ ବର୍ଷ ତଳର। ଏହାକୁ ୟୁଜର୍ସ ନାପସନ୍ଦ କରିବା ସହ ଜାତିବାଦୀ ଓ ଯୌନବାଦୀ କମେଣ୍ଟ କରିଥିବା ଫିଲ୍ମ ‘ରାଧେ’ ଅଭିନେତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏପରି କି ଟୁଇଟରରେ #ArrestRandeepHooda ଟ୍ରେଣ୍ଡ କରୁଛି।

Share