ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ରିୟା

ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଅଢୁଆ ଏପର୍ଯ୍ୟନ୍ତ ଶେଷ ହେବା ଭଳି ମନେ ହେଉନାହିଁ। ରିୟା ଏବେବି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ରାଡାରରେ ଅଛନ୍ତି। ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଅଭ୍ୟାସ କରାଇଥିଲେ ବୋଲି ଏନସିବି ଅଭିଯୋଗ ଆଣିଛି। ରିୟା ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ। ସେ ସାମୁଏଲ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଆଣିଥିଲେ। ଏହି ଗଞ୍ଜେଇକୁ ଆଣି ସେ ସୁଶାନ୍ତ ସିଂହଙ୍କୁ ଯୋଗାଉଥିଲେ। ରିୟା ୨୦୨୦ ମାର୍ଚ୍ଚ ରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଏହି ଗଞ୍ଜେଇ ନେଣଦେଣ ଦେୟ ପୈଠ କରିଥିଲେ। ରିୟାଙ୍କ ଭାଇ ସୌଭିକ ମଧ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ସେ ଏମାନଙ୍କ ଠାରୁ ଗଞ୍ଜେଇ ମଗାଉଥିଲେ। ଏହି ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ବୋଲି ଏନ୍‌ସିବି ତା’ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।
ଗତ ମାସରେ ନାର୍କୋଟିକ ଡ୍ରଗ ଏବଂ ସାଇକୋଟ୍ରୋପିକ ସବଷ୍ଟାନ୍ସ ଆକ୍ଟ, ୧୯୮୫ (ଏନଡିପିଏସ୍‌) କୋର୍ଟରେ ୩୫ ଅଭିଯୁକ୍ତଙ୍କ ବିରୋଧରେ ଏନସିବି ଏକ ଚାର୍ଜସିଟ ଦାଖଲ କରିଥିଲା।
ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମାମଲାରେ ସେପ୍ଟେମ୍ବର ୨୦୨୦ରେ ଗିରଫ କରାଯାଇଥିଲା। ଏକ ମାସ ପରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଜୁନ ୧୪, ୨୦୨୦ରେ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଡ୍ରଗ ବ୍ୟବହାର ଅଭିଯୋଗରେ ଏନସିବି ତଦନ୍ତ ଆରମ୍ଭ କରିଥିଲା।

Share