ଅଭିନେତା ରିଓ କାପାଡିଆଙ୍କ ପରଲୋକ

ଭେଟେରାନ ଅଭିନେତା ରିଓ କାପାଡିଆ ଆଉ ନାହାଁନ୍ତି। ସୁପରହିଟ ଫିଲ୍ମ ‘ଦିଲ ଚାହତା ହୈ’ ଏବଂ ‘ଚକ ଦେ ଇଣ୍ଡିଆ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ରିଓ ଆଜି ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଗତ ବର୍ଷ ଠାରୁ ସେ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇଥିଲେ। ସେପ୍ଟେମ୍ବର ୧୫ରେ ଗୋରେଗାଓଁର ଶିବ ଧାମ ଶ୍ମଶାନ ଭୂମିରେ ତାଙ୍କର ଶବଦାହ କରାଯିବ।
ରିଓ ‘ଖୁଦା ହାଫିଜ’, ‘ଦି ବିଗ୍‌ ବୁଲ୍‌’,‘ଏଜେଣ୍ଟ ବିନୋଦ’ ଆଦି ବିଭିନ୍ନ ଫିଲ୍ମରେ ଅଭିନୟ କରିଥିଲେ। ନିକଟରେ ତାଙ୍କୁ ‘ମେଡ ଇନ ହିଭେନ୍‌ ୨’ର ଏକ ଏପିସୋଡରେ ଦେଖିବାକୁ ମିଳିଥିଲା। ଫିଲ୍ମ ବ୍ୟତୀତ ଏହି ଅଭିନେତା ଟେଲିଭିଜନରେ ମଧ୍ୟ ଜଣେ ପ୍ରମୁଖ ଚେହେରା ଥିଲେ। ସେ ‘ସପ୍‌ନେ ସୁହାନେ ଲଡକପନ କେ’ଏବଂ’ ‘ମହାଭାରତ’ ଭଳି ଶୋ’ରେ ଅଭିନୟ କରିଥିଲେ।

Share