ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ଭୁବନେଶ୍ୱର,୧୧।୫: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଛି। ଏମିତିରେ ଦଳ ଡିଆଁ, ମିଶ୍ରଣ ପର୍ବ ଜାରି ରହିଛି। ଏହି କ୍ରମରେ ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତା ରୁଦ୍ର ପାଣିଗ୍ରାହୀ। ଶନିବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ତାଙ୍କୁ ଦଳୀୟ ନେତା ସ୍ବାଗତ ଜଣାଇଛନ୍ତି। ତେବେ କିଛି ଦିନ ପୂର୍ବେ ରୁଦ୍ରଙ୍କ ପତ୍ନୀ ତଥା ଅଭିନେତ୍ରୀ ଜିନା ସାମଲ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ।

Share