୫୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତା ସଚିନ ଶ୍ରଫ

ବମ୍ବେ: ପ୍ରଥମ ବିବାହରେ ବିଫଳ ହେବା ପରେ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ତାରକ ମେହେଟ୍ଟା ଓରଫ ସଚିନ ଶ୍ରଫ। ଫେବୃୟାରୀ ୨୫ରେ ଅଭିନେତା ଆରେଞ୍ଜ ମ୍ୟାରେଜ କରିବେ। ତାଙ୍କର ଭାବିପତ୍ନୀ ଜଣେ ପାର୍ଟ ଟାଇମ୍‌ ଇଭେଣ୍ଟ ମ୍ୟାନେଜର ଏବଂ ଇଣ୍ଟିରିୟର ଡିଜାଇନର। ହେଲେ ସଚିନଙ୍କ ଭଉଣୀଙ୍କ ଭଲ ବନ୍ଧୁ ମଧ୍ୟ ବୋଲି କୁହାଯାଉଛି।

ତେବେ ସଚିନ ଜୁହି ପରମାରଙ୍କୁ ପ୍ରଥମ ବିବାହ କରିଥିଲେ। ହେଲେ ବିବାହର ୯ ବର୍ଷ ପରେ ୨୦୧୮ ଜାନୁୟାରୀରେ ଦୁହେଁ ଅଲଗା ହୋଇଯାଇଥିଲେ। ତାଙ୍କର ୧୦ ବର୍ଷର ଝିଅ ସମାୟରା ଅଛି।

ଅଭିନୟ ବିଷୟରେ କଥା ହେଲେ ସଚିନ ଟେଲିଭିଜନ, ଓଟିଟି ଏବଂ ଫିଲ୍ମରେ କାମ କରି ଆସୁଛନ୍ତି। ସେ ପ୍ରକାଶ ଝା’ଙ୍କ ‘ଆଶ୍ରମ’ରେ ନଜର ଆସିଥିଲେ। ଏହାପରେ ସେ ଲୋକପ୍ରିୟ ଧାରାବାହିକ ‘ତାରକ ମେହେଟ୍ଟା କା ଉଲଟା ଚଷମା’ରେ ଶୈଳେଶ ଲୋଢ଼ାଙ୍କୁ ରିପ୍ଲେସ୍‌ କରିଛନ୍ତି। ତାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି।

Share