ବମ୍ବେ: ବିବାହର ନଅ ବର୍ଷ ପରେ ‘କସୌଟି ଜିନ୍ଦେଗୀ କି-୨’ ଫେମ୍ ସାହିଲ ଆନନ୍ଦଙ୍କ ଘରକୁ ଆସିଛି ନୂଆ ଅତିଥି। ସେ ବାପା ହୋଇଥିବା ନେଇ ଶୁକ୍ରବାର ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଗତ ଏପ୍ରିଲ ୧୪ରେ ଅଭିନେତାଙ୍କ ସ୍ତ୍ରୀ ରଜନୀତ୍ ମୋଙ୍ଗା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ନାମ ସହରାଜ ଆନନ୍ଦ ରଖାଯାଇଛି।
ପୁଅଙ୍କ ବିଷୟରେ ଜଣାଇ ସାହିଲ ଲେଖିଛନ୍ତି, ହାଏ। ମୁଁ ସହରାଜ ଆନନ୍ଦ। ଏପ୍ରିଲ ୧୪ରେ ଜନ୍ମ ହୋଇଛି। ମୋତେ ପାଇବା ପରେ ମା’ବାପା ବହୁତ ଖୁସି ଅଛନ୍ତି। ମୁଁ ଏବେ କେବଳ ଖାଉଛି, କାନ୍ଦୁଛି ଏବଂ ଶୋଉଛି।
ଏହି ଖୁସିଖବର ଜଣାପଡ଼ିବା ପରେ ଅଭିନେତ୍ରୀ ହିନା ଖାନ୍, ଆମନା ଶରିଫ, ବିକାଶ ଗୁପ୍ତା, ଅଭିଷେକ କପୁର, କରନ୍ ସିଂହ ଗ୍ରୋଭରଙ୍କ ଭଳି ଅନେକ କଳାକାର ସାହିଲଙ୍କୁ ଅଭିନନ୍ଦନ ଜଣାଉଛନ୍ତି।