ହତ୍ୟା ଧମକ ପରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କଲେ ସଲମାନ

ବମ୍ବେ: ନିଜର ସୁରକ୍ଷା ଲାଗି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ଦବଙ୍ଗ ଖାନ୍‌ ସଲମାନ। ସେ ମୁମ୍ବାଇ ପୁଲିସ ନିକଟରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ଆତ୍ମ ସୁରକ୍ଷା ପାଇଁ ସେ ପୋଲିସ କମିଶନର ବିବେକ ପାନସଲକରଙ୍କୁ ଶୁକ୍ରବାର ଭେଟିଥିବା ଜଣାପଡ଼ିଛି।

ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟା ପରେ ଜୁନ୍‌ରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ପାଇଁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସେଥିରେ ଉଭୟଙ୍କୁ ଖୁବ ଶୀଘ୍ର ସିଦ୍ଧୁଙ୍କ ପରି ହତ୍ୟା କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ତେବେ ଚିଠିର ଶେଷରେ ‘ଏଲ.ବି’ ଲେଖା ଯାଇଥିଲା, ଯାହାକି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସମ୍ପୃକ୍ତିକୁ ଦର୍ଶାଉଥିଲା। ଏହା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କୁ ପୋଲିସ ଜେରା କରିଥିଲା। ଏବେ ଏହି କାରଣକୁ ନେଇ ସଲମାନ ନିଜର ସହ ପରିବାରର ସୁରକ୍ଷା ଲାଗି ବନ୍ଧୁକ ଲାଇସେନ୍ସ ନେବାକୁ ଚାହୁଁଛନ୍ତି।

Share