ବାପା ହେଲେ ଟେଲିଜଗତର ଏହି ହ୍ୟାଣ୍ଡସମ୍‌ ହଙ୍କ୍‌

ବମ୍ବେ: ଟେଲିଭିଜନଜଗତର ହ୍ୟାଣ୍ଡସମ୍‌ ହଙ୍କ୍‌ ଶାହିର ଶେଖ ହୋଇଛନ୍ତି ବାପା। ତାଙ୍କ ଘରକୁ କୁନି ରାଜକୁମାରୀ ଆସିଛନ୍ତି। ସ୍ତ୍ରୀ ରୁଚିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। କିଛି ଦିନ ପୂର୍ବରୁ ଶାହିର ରୁଚିକାଙ୍କ ପାଇଁ ‘ଗୋଦ୍‌ଭରାଇ’ ଆୟୋଜନ କରିଥିଲେ। ଏହାର ଫଟୋ ଭାଇରାଲ ହୋଇଥିଲା।

୨୦୨୦ ନଭେମ୍ବରରେ ବିବାହ କରିଥିଲେ ଶାହିର। ଜୁନ୍‌ରେ ତାଙ୍କ ସ୍ତ୍ରୀ ରୁଚିକା ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ଶାହିର ମଧ୍ୟ ସାକ୍ଷାତକାରରେ ନିଜ ଜୀବନର ଗତିପଥ ବଦଳି ଯାଇଥିବା ପ୍ରକାଶ କରିଥିଲେ। ଏଭଳିକି ଏକୁଟିଆ ରହି ଆସିଥିବା ମଣିଷ କିଭଳି ଆଉଜଣଙ୍କ ସହ ନିଜର ସମୟ ବାଣ୍ଟୁଛି ତାହା କହିଥିଲେ।

ରୁଚିକାଙ୍କୁ କୋର୍ଟରେ ବିବାହ କରିଥିଲେ ଶାହିର। ପରେ ସେମାନେ ଜମ୍ମୁରେ ନିଜର ପ୍ରିୟଜନଙ୍କ ସହ ବିବାହ ଭୋଜି ଦେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ କରେନା କାରଣରୁ ସବୁ ଯୋଜନାକୁ ବାତିଲ କରିଦିଆଯାଇଥିଲା।

Share