ଆରପାରିରେ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ

ସମ୍ବଲପୁର,୨୪।୧(ବ୍ୟୁରୋ): ବର୍ଷୀୟାନ୍‌ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ରବିବାର ସମ୍ବଲପୁରର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଝାଡୁଆପଡ଼ାରେ ଜନ୍ମ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ସେ ଗାଧୁଆ ଘରେ ପଡି ଯାଇଥିଲେ। ଏନେଇ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବର ପ୍ରଚାରିତ ପରେ ଚଳଚ୍ଚିତ୍ର ଅଭିନେତା, ମଞ୍ଚ କଳାକାର, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ସଂଗୀତଜ୍ଞ, ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେ ଓଡ଼ିଆ ଚଳଚ୍ଚିତ୍ର ମନ ଆକାଶ, ବନ୍ଧୁ ମହାନ୍ତି ଓ କୃଷ୍ଣ ସୁଦାମାରେ ଅଭିନୟ କରିଥିଲେ।

Share