Categories: ଜାତୀୟ

ବାପାଙ୍କ ସହ ପ୍ରଚାର କରିବେ ସୋନାକ୍ଷୀ

କୋଲକାତା,୧୭।୩: ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଆସନ୍ତା ଏପ୍ରିଲ ୧୨ରେ ଆସନସୋଲ ଲୋକ ସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନ ପାଇଁ ମତଦାନ ହେବ । ବାଲିଗଞ୍ଜରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଏବଂ ଆସନସୋଲ ଲୋକସଭା ଆସନରୁ ଅଭିନେତା ଶତୃଘ୍ନ ସିହ୍ନା ନିର୍ବାଚନ ଲଢିବେ। ତେବେ ସିହ୍ନାଙ୍କ ପାଇଁ ଝିଅ ତଥା ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରଚାର କରିବେ ବୋଲି ଜଣାପଡିଛି। ସେଥିପାଇଁ ସେ ଆସନସୋଲ ଆସିବେ ବୋଲି ନିଜେ ସୂଚନା ଦେଇଛନ୍ତି। ଆସନ୍ତା ରବିବାର ଶତୃଘ୍ନ ସିହ୍ନା ଆସନସୋଲରେ ପ୍ରଚାର ଆରମ୍ଭ କରିବେ।

 

Share