Categories: ଜାତୀୟ

ଫାୟାରିଂ ମାମଲାରେ କୋର୍ଟରେ ହାଜର ହେଲେ ସୋନୁ ସୁଦ

ମୁମ୍ବାଇ,୧୪।୧୨: ଫିଲ୍ମ ପ୍ରଡ୍ୟୁସର କରିମ ମୋରାନିଙ୍କ ବ୍ୟାଙ୍ଗଲୋରେ ୨୦୧୪ରେ ଘଟିଥିବା ଫାୟାରିଂ ମାମଲାରେ ମଙ୍ଗଳବାର ସାକ୍ଷୀ ଭାବେ ସ୍ବତନ୍ତ୍ର କୋର୍ଟରେ ହଜାର ହୋଇଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଫିଲ୍ମ ‘ହାପି ନ୍ୟୁ ଇୟର’ର ପ୍ରୋମୋଶନରେ ଅଂଶଗ୍ରହଣ ନ କରିବା ପାଇଁ ଗ୍ୟାଙ୍ଗଷ୍ଟର ରବି ପୂଜାରୀଙ୍କ ଠାରୁ ଧମକ ପାଇଥିବା ସେ କୋର୍ଟରେ କହିଛନ୍ତି।

ପୋଲିସ ଅନୁଯାୟୀ, ରବି ପୂଜାରୀ ଗ୍ୟାଙ୍ଗର ସଦସ୍ୟମାନେ ମୋରାନିଙ୍କ ବାଙ୍ଗାଲୋରରେ ଫାୟାରିଂ କରିଥିଲେ।

ଗ୍ୟାଙ୍ଗଷ୍ଟର ପୂଜାରୀ ହିନ୍ଦୀ ଫିଲ୍ମର ଓଭରସିଜ ପ୍ରମୋଶନ ଅଧିକାର ଦାବି କରିଥିଲେ। ହେଲେ ମୋରାନି ମନା କରି ଦେବାରୁ ‘ହାପି ନ୍ୟୁ ଇୟର’ ଫିଲ୍ମର କାଷ୍ଟକୁ ଟାର୍ଗେଟ କରାଯାଇଥିଲା ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ୨୦୧୪ ଫିଲ୍ମରେ ସୁଦଙ୍କ ବ୍ୟତୀତ ଶାହରୁଖ ଖାନ ଓ ଦୀପିକା ପାଦୁକୋଣ ମୁଖ୍ୟ ଭୂମିକାରେ ଥିଲେ।

ଅଭିନେତା ସୋନୁ ଅଭିଯୋଗକାରୀଙ୍କୁ ଏହି ମାମଲାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ମଙ୍ଗଳବାର ମହାରାଷ୍ଟ୍ରର ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ତାଙ୍କ ବୟାନ ରେକର୍ଡ ହୋଇଥିବା ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ ଘାରାଟ କହିଛନ୍ତି।

Share