Categories: ଜାତୀୟ

ପୋଲିଂ ବୁଥରେ ପସିବାରୁ ଅଭିନେତାଙ୍କ କାର ଜବତ

 

ଅମୃତସର,୨୦।୨: ପଞ୍ଜାବର ମୋଗା ଜିଲାରେ ପୋଲିଂ ବୁଥରେ ପସିବାକୁ ଉଦ୍ୟମ କରିବାରୁ ତାଙ୍କ କାରକୁ ସିଜ କରି ଦେଇଛି ପଞ୍ଜାବ ପୋଲିସ। ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ରବିବାର ମତଦାନ ଅନଷ୍ଠିତ ହେଉଛି।

“ଅଭିନେତା ସୋନୁଙ୍କ ଗାଡ଼ି ପୋଲିଂ ବୁଥରେ ପସିବାକୁ ଉଦ୍ୟମ କରିଥିଲା। ଏଥିଯୋଗୁ ତାଙ୍କ କାର ଜବତ କରାଯାଇ ଥିବା ବେଳେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି”ବୋଲି ମୋଗା ଜିଲାର ପବ୍ଲିକ ରିଲେଶନ ଅଫିସର କହିଛନ୍ତି। ଏଥିସହିତ ମତଦାନ ବେଳେ ଯଦି ସୋନୁ ଘରୁ ପଦାକୁ ବାହାରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଅଭିନେତାଙ୍କ ଭଉଣୀ ମାଲଭିକା ସୁଦ ମୋଗା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି।

ଅନ୍ୟପକ୍ଷରେ କିଛି ପୋଲିଂ ବୁଥରେ ଅକାଳି ଦଳ ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଖବର ମିଳିଥିଲା। ଏହାର ଯାଞ୍ଚ କରିବା ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାର ଆମ ଦାୟିତ୍ୱ। ଏଣୁ ଆମେ ସେହି ସ୍ଥାନକୁ ଯାଇଥିଲୁ ବୋଲି ସୋନୁ କହିଛନ୍ତି।

 

Share