ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା,୧୫।୧୧: ଲୋକପ୍ରିୟ ବଙ୍ଗାଳି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସୁଧାର ନ ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। ତାଙ୍କର ନର୍ଭ ସିଷ୍ଟମ୍‌ ଅଚଳ ଅବସ୍ଥାରେ ରହିଥିଲା। ୪୦ ଦିନ ଧରି ନ୍ୟୁରୋଲୋଜି, ନେଫ୍ରୋଲୋଜି, କାର୍ଡିଓଲୋଜି, କ୍ରିଟିକାଲ୍‌ ମେଡିସିନ୍‌ କେୟାର ବିଶେଷଜ୍ଞ ତାଙ୍କର ସ୍ବାସ୍ଥ୍ୟ ସୁଧାର ପାଇଁ ଉଦ୍ୟମ ଜାରି ରଖିଥିଲେ। ୧୯୩୫ ଜାନୁୟାରୀ ୧୯ରେ ପଶ୍ଚିମବଙ୍ଗର କ୍ରିଷ୍ଣାନଗରଠାରେ ସୌମିତ୍ର ଜନ୍ମ ଗ୍ରହଣ କରିଥିଲେ। ଅଭିନୟ କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ଥିଲା।

Share