ଆତ୍ମହତ୍ୟା କଲେ ଲୋକପ୍ରିୟ ଅଭିନେତା

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ବିଶାଖାପାଟନମରେ ଥିବା ତାଙ୍କ ଘରେ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆକସ୍ମିକ ମୃତ୍ୟୁ ସମଗ୍ର ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି।
ସୁଧୀର ବର୍ମାଙ୍କ କୋ-ଷ୍ଟାର ଅଭିନେତା ସୁଧାକର ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟରରେ ସୁଧୀରଙ୍କ ଅନେକ ଫଟୋ ଶେୟାର କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି।
ସୁଧୀରଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ, କିନ୍ତୁ ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଅଭିନେତା କିଛି ଦିନ ମାନସିକ ଚାପ ଦେଇ ଗତି କରୁଥିଲେ। ମାନସିକ ଚାପ ଯୋଗୁ ସୁଧୀର ଏଭଳି ସାଂଘାତିକ ପଦକ୍ଷେପ ନେଉଥିବା ନେଇ କଳ୍ପନାଜଳ୍ପନା ଚାଲିଛି।
ଟଲିଉଡ ଅଭିନେତା ସୁଧୀର ୨୦୧୩ରେ ‘ସ୍ବାମୀ ରା ରା’ ଫିଲ୍ମ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ୨୦୧୬ରେ କୁନ୍ଦନାପୁ ବୋମ୍ମା ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମରୁ ସୁଧୀରଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା ଏବଂ ସେ ତେଲୁଗୁ ସିନେମାରେ ନିଜର ପରିଚୟ ସୃଷ୍ଟି କରିଥିଲେ।

Share